ଆଜି ପବିତ୍ର ଅଧରପଣା ନୀତି, ବଡ଼ଦାଣ୍ଡରେ ଜନସମୁଦ୍ର
ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ଅବସରରେ ବଡ଼ ଦାଣ୍ଡରେ ଜନସମୁଦ୍ର

ଓଏଲ୍ ବ୍ୟୁରୋ: ଆଜି ପବିତ୍ର ଅଧରପଣା ନୀତି। ଆଉ କିଛି ସମୟ ପରେ ପାଳିତ ହେବ ଏହି ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନିରଥ ଉପରେ ସୁନାବେଶ ପରଦିନ ଅଧର ପଣା ନୀତି ହୋଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ଅବସରରେ ବଡ଼ ଦାଣ୍ଡରେ ଜନସମୁଦ୍ର ଦେଖିବାକୁ ମିଳିଛି।
ଗତକାଲି ସୁନାରେ ଝଟକିଥିଲେ ମହାବାହୁ। ରଥ ଉପରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଦିବ୍ୟ ସୁନାବେଶରେ ଦେଇଥିଲେ ଦର୍ଶନ। ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଥିଲା ଶ୍ରୀକ୍ଷେତ୍ର। ତେବେ ରଥଯାତ୍ରାର ପର୍ବ ଭିତରେ ଶ୍ରୀଜିଉଙ୍କ ସୁନାବେଶ ଏକ ଅଲୌକିକ ପର୍ବ। ଏଥିରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥିଲେ ଲକ୍ଷ ଲକ୍ଷ ଭକ୍ତ।।