Odisha Link
Bridging the Missing Links in Odisha

ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର ଘଟଣା: ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଅଭିଯୁକ୍ତ ଜଣଙ୍କ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ

ଓଏଲ୍‌ ବ୍ୟୁରୋ: ପାକିସ୍ଥାନୀ ଏଜେଣ୍ଟକୁ ଓଟିପି ସେୟାର କରି ୫ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଓଟିପି ସେୟାର ଘଟଣାରେ ପୁଣି ଜଣେ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ସମ୍ପୃକ୍ତ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ପୁଣେରୁ ଗିରଫ କରିଛି ଏସଟିଏଫ। ଗିରଫ କରିବା ସହ ଅଭିଯୁକ୍ତକୁ ୩ ଦିନିଆ ଟ୍ରାଜିଟ ରିମାଣ୍ଡରେ ଆଣିଛି ଏସଟିଏଫ। ଅଭିଯୁକ୍ତ ଜଣଙ୍କ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ।

ଖବର ଅନୁସାରେ, ପାକିସ୍ଥାନର କିଛି ଗୁଇନ୍ଦା ଏଜେଣ୍ଟଙ୍କ ସହ ତାଙ୍କ ସମ୍ପର୍କ ଥିଲା। ୭ ପାକିସ୍ତାନୀ,୧୦ ନାଇଜେରୀଆନଙ୍କୁ ମେସେଜ ଦେଉଥିଲା ଅଭିଯୁକ୍ତ। ପୂର୍ବରୁ ଏହି କେସରେ ୫ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏନେଇ ତଦନ୍ତ ଜାରି କରାଯାଇଛି।

Leave A Reply

Your email address will not be published.