Odisha Link
Bridging the Missing Links in Odisha

ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ, ରାଜଧାନୀରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା

ଓଏଲ୍‌ ବ୍ୟୁରୋ: ବର୍ଷା ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ। ରାଜ୍ୟରେ ଧୀରେ ଧୀରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅଧିକାଂଶ ଖୋର୍ଦ୍ଧା ଜିଲ୍ଲାରେ ଥିବା ଜଣାପଡ଼ିଛି।

ଡ଼େଙ୍ଗୁରେ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ରାଜ୍ୟବାସୀ। ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ୧୮୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୯୬ ଜଣ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି। ତେବେ ଏହାର ମୁକାବିଲା ନେଇ ବିଏମସି ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଏହା ସହ ଡେଙ୍ଗୁକୁ ନେଇ ଆଗୁଆ ସତର୍କ ରହିବା ପାଇଁ ଆଲର୍ଟ କରାଯାଇଛି।

Leave A Reply

Your email address will not be published.