ବାଲେଶ୍ୱର ଏସ୍ପିଙ୍କ ପରିବାର ଲୋକଙ୍କଠୁ ଲୁଟ୍ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ
ଖୁବଶୀଘ୍ର ସେମାନଙ୍କୁ ଧରାଯିବ କହିଲେ ଭୁବନେଶ୍ୱର ଡିସିପି।
ଓଏଲ୍ ବ୍ୟୁରୋ: ଆଇପିଏସ ସାଗରିକା ନାଥଙ୍କ ପରିବାର ଲୋକଙ୍କଠୁ ଲୁଟ୍ ଉଦ୍ୟମ। ଭରତପୁରରେ ରହୁଥିବା ବାପା-ମା’ଙ୍କ ଠାରୁ ଲୁଟ ଉଦ୍ୟମ ହୋଇଛି। ବାଲେଶ୍ୱର ଏସ୍ପିଙ୍କ ବାପାମାଆଙ୍କୁ ଲୁଟ୍ ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ କରାଯାଇଥିବା ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଭରତପୁର ଥାନାରେ ଅଭିଯୋଗ ହୋଇଛି, ଘଟଣାସ୍ଥଳରୁ ବାଇକ୍ ମିଳିଥିବା କହିଲେ ଭୁବନେଶ୍ୱର ଡିସିପି। ଏହା ସହ ଘଟଣାରେ ସଂପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଛି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ କହିଲେ ଭୁବନେଶ୍ୱର ଡିସିପି।
ଖବର ଅନୁସାରେ, ବାଲେଶ୍ୱର ଏପସି ସାଗରିକା ନାଥ ଏ ନେଇ ପ୍ରତିକ୍ରିୟା ଦେଇ କହିଥିଲେ, ଗତକାଲି ରାତି ସାଢେ ୮ଟା ସମୟରେ ଏହି ଘଟଣା ଘଟିଛି। ବାପା କାରରେ ଫେରୁଥିବା ବେଳେ ମାଆ ଗେଟ ଖୋଲିବାକୁ ଯାଇଥିଲେ। ଗାଡି ପାଖକୁ ଯାଇ ଲୁଟେରା ଲୁଟ୍ ଉଦ୍ୟମ କରିଥିଲେ। କିନ୍ତୁ ଲୁଟେରାଙ୍କ ସହ ଧସ୍ତାଧସ୍ତି ହୋଇଥିଲା। କିଛି ନଦେବାରୁ ଲୁଟେରା ମାନେ ସେଠାରେ ଗାଡି ଛାଡି ଫେରାର ହୋଇଯାଇଥିଲେ।