ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରୁ ଲୁଟ୍ ଘଟଣା: ୩ ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ
ବିଧାନସଭା ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରୁ ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା

ଓଏଲ୍ ବ୍ୟୁରୋ: ରାଜଧାନୀର ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। କେତେବେଳେ କେଉଁ ସରକାରୀ ବାବୁ ତ କେତେବେଳେ ସାଧାରଣ ଜନତା ଏହି ଲୁଟେରା ଗ୍ୟାଙ୍ଗର ଶିକାର ହେଉଛନ୍ତି। କିଛି ଦିନ ତଳେ ବିଧାନସଭା ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରୁ ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ଘଟଣାରେ ୩ ଜଣିଆ ବାଇକ ରେକି ଗ୍ୟାଙ୍ଗକୁ ଧରିଲା ପୁଲିସ। ୩ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ସହ ୪୦ ଗ୍ରାମ ସୁନା, ୮୦ ଗ୍ରାମ ରୁପା ସହ ଚୋରି ସାମଗ୍ରୀ ଜବତ କରାଯାଇଛି। ୩ଟି ବାଇକ୍, ଏଲ୍ଇଡି ଟିଭି ସହ ସ୍ମାର୍ଟ ୱାଚ୍ ମଧ୍ୟ ଜବତ କରିଛି ପୁଲିସ।