Odisha Link
Bridging the Missing Links in Odisha

ଥମୁନି ମଣିପୁର ହିଂସା, ପୁଣି ୪ ଜଣଙ୍କୁ ହତ୍ୟା କଲେ ବିଦ୍ରୋହୀ

କୁମ୍ବି ବିଧାନସଭା କ୍ଷେତ୍ର ଅଧୀନ ଏକ ଅଞ୍ଚଳରେ ରକ୍ତପାତ ହୋଇଛି

ଓଏଲ୍‌ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ମଣିପୁରରେ ପାଖାପାଖି ୨ ମାସ ହେବ ହିଂସା ଲାଗିରହିଛି। ଏହାରି ମଧ୍ୟରେ କୁମ୍ବି ବିଧାନସଭା କ୍ଷେତ୍ର ଅଧୀନ ଏକ ଅଞ୍ଚଳରେ ରକ୍ତପାତ ହୋଇଛି। ଦୁର୍ବୃତ୍ତମାନେ ଗତକାଲି ୪ ଜଣଙ୍କୁ ନିର୍ମମ ହତ୍ୟା କରିଛନ୍ତି।

ବିଷ୍ଣୁପୁର-ଚୁରଚାନ୍ଦପୁର ସୀମାନ୍ତରେ ଏହି ବର୍ବର କାଣ୍ଡ ଘଟିଛି। ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଥିବା ସୂଚନା ମିଳିଛି। ମଣିପୁରରେ ବିଦ୍ରୋହୀ ପୁଣି ୪ ଜଣଙ୍କୁ ହତ୍ୟା କରିବା ପରେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ନିଜେ ହିଂସାକାଣ୍ଡ ସ୍ଥଳ ବୁଲି ସ୍ଥିତି ପରଖିଥିବା ଜଣାପଡ଼ିଛି। ହିଂସା ପଛରେ ବିଦେଶୀ ଶକ୍ତି ଥିବା କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.