ପାରିବାରିକ କଳହ ନେଲା ୨ ଜୀବନ! ୩ ଛୁଆଙ୍କୁ କୂଅକୁ ଫିଙ୍ଗି ଡେଇଁଲା ମା’
ଘଟଣାସ୍ଥଳରୁ ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର

ଓଏଲ୍ ବ୍ୟୁରୋ: ବ୍ରହ୍ମପୁର ଆସିକାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ଡେଇଁଲା ମା’। ୨ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ। ଘଟଣାସ୍ଥଳରୁ ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି। ଶେରଗଡ଼ ବ୍ଲକ ଲାଉଗୁଡ଼ା ଗାଁରେ ଘଟିଥିବା ଏହି ଅଭାବନୀୟ ଘଟଣା ପରେ ଗ୍ରାମବାସୀଙ୍କ ଦ୍ବାରା ବଡ଼ ଝିଅ ଓ ମାଆଙ୍କୁ ଜୀବିତ ଉଦ୍ଧାର କରାଯାଇଛି।