ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଘଟଣାସ୍ଥଳରେ କିଛି ଛାତ୍ର ଆହତ
‘ୟୁଫୋରିଆ’ ଚାଲୁଥିବା ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ।

ଓଏଲ ବ୍ୟୁରୋ: ବୁର୍ଲା ଭୀମସାରରେ ଚାଲିଛି ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଭୀମସାର ଏବଂ ବ୍ରହ୍ମପୁର ଏମ୍କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ରହିଛି। ‘ୟୁଫୋରିଆ’ ଚାଲୁଥିବା ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ।
ବସ୍ ଭିତରେ ଥିବା ଏକ ଛାତ୍ର ଗୋଷ୍ଠୀକୁ ଫାୟାର ଏକ୍ସଟିଂଗୁଇସର୍ ମାଡ଼ ମାରିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ପକ୍ଷ ମୁହାଁମୁହିଁରେ କିଛି ଛାତ୍ର ଆହତ ହୋଇଥିବା ସୂଚନା। ତେବେ ଏହି ଛାତ୍ର ଗଣ୍ଡଗୋଳ ସଂପର୍କରେ କିଛି ଜାଣି ନଥିବା କହିଛନ୍ତି ବୁର୍ଲା ଭୀମସାର ଅଧୀକ୍ଷକ। ଏହି ଘଟଣା ସମ୍ପର୍କରେ ଖବର ସଂଗ୍ରହ ହେଉଥିବା କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି।