ଦୁର୍ବୃତ୍ତଙ୍କ କବଳରୁ ବଞ୍ଚିଗଲେ ୨ ସାଙ୍ଗ! ସ୍କୁଲରୁ ନିଖୋଜ ହୋଇଥିବା ଦୁଇ ଛାତ୍ରଙ୍କ ମିଳିଲା ପତ୍ତା
ଗତକାଲି ସ୍କୁଲ ଯାଇଥିଲେ ହେଲେ ରାତିରେ ଘରକୁ ଫେରିନଥିଲେ।

ଓଏଲ୍ ବ୍ୟୁରୋ: ଗତକାଲିଠୁ ନିଖୋଜ ହୋଇଥିବା ଦୁଇ ଛାତ୍ରଙ୍କ ମିଳିଲା ପତ୍ତା। ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି। ଉଭୟଙ୍କୁ ବେହୋସ କରି ଭୁବନେଶ୍ୱରରୁ ନିଆଯାଉଥିଲା। ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଖବର ଦେଇଥିବା ଜଣା ପଡିଛି।
ଖବର ଅନୁସାରେ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ ଥିଲେ। ନିଖୋଜ ଛାତ୍ର ହେଲେ ୧୫ ବର୍ଷୀୟ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର। ଗତକାଲି ସ୍କୁଲ ଯାଇଥିଲେ ହେଲେ ରାତିରେ ଘରକୁ ଫେରିନଥିଲେ। ଦୁହେଁ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ।
ଦୁଇ ଜଣଙ୍କୁ ରାତି ଯାଏଁ ବହୁ ଖୋଜାଖୋଜି ପରେ ବି ମିଳିନଥିବା ସ୍ଥାନୀୟ ଚନ୍ଦକା ଥାନରେ ବାପା, ମା ଲିଖିତ ଅଭିଯୋଗ ଆଣିଥିଲେ। ଗତକାଲି ସକାଳୁ ସ୍କୁଲ ଆସି ଉଭୟ ଘରକୁ ଫେରି ନଥିବା ଉଭୟଙ୍କ ବାପା ମା ଅଭିଯୋଗ ଆଣିଥିଲେ। ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବର୍ତମାନ ସେ ଦୁଇ ଜଣଙ୍କ ପତ୍ତା ମିଳିସାରିଛି।