ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ୫-ଟି ସଚିବ, ବିଜେପିର ବିରୋଧ
ଓଏଲ୍ ବ୍ୟୁରୋ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ବିଭିନ୍ନ ସମସ୍ୟାର ସମାଧାନ ତଥା ପ୍ରକଳ୍ପର ସମୀକ୍ଷା ପାଇଁ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଛନ୍ତି। ଏଥିସହ ୫-ଟି ସଚିବ ସେଠାରେ ଥିବା ଫାଇଭ-ଟି ସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମିଶନ ଶକ୍ତି ମା’ଙ୍କ ସହ ଆଲୋଚନା କରିଛନ୍ତି।
୫-ଟି ସଚିବ ଭି.କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ କରିବା ସମୟରେ କଣ୍ଟାମାଳ ବ୍ଲକ ଆମ୍ବଗାଁରେ ତାଙ୍କ କାର୍ଯ୍ୟକ୍ରମକୁ ବିଜେପି ବିରୋଧ କରିଛି। ୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି କଣ୍ଟାମାଳ ବିଜେପି କର୍ମୀମାନେ।
ସଭା ସ୍ଥଳକୁ ଯିବା ପାଇଁ ଥିବା ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଛନ୍ତି। ବିଜେପି କର୍ମୀମାନେ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେବା ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ଯେଉଁଥିପାଇଁ ପୁଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ଜଣା ପଡିଛି।