‘ରାଜ୍ୟରେ ୮୦ରୁ ଅଧିକ ସିଟ୍ ପାଇବ ବିଜେପି’
ଅଳ୍ପ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି
ଓଏଲ୍ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ନିର୍ବାଚନକୁ ନଜରରେ ରଖି ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏହାରି ମଧ୍ୟରେ ଆଗାମୀ ନିର୍ବାଚନକୁ ନେଇ ଏକ ପ୍ରକାର ଟାର୍ଗେଟ ବଦଳାଇଲା ବିଜେପି। ଆଗାମୀ ନିର୍ବାଚନ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ୧୨୦କୁ ବେସ୍ କରି କାମ ହେବ ଏବଂ ରାଜ୍ୟରେ ୮୦ରୁ ଅଧିକ ସିଟ୍ ବିଜେପି ପାଇବ। ସରକାର ଗଢିବାକୁ ଆବଶ୍ୟକ ସଂଖ୍ୟା ଠାରୁ ଆଉ କିଛି ଅଧିକ ଆସନର ଲକ୍ଷ୍ୟ ନେଇ ବିଜେପି ଆଗକୁ ବଢୁଥିବା ବିଧାୟକ ବୁଦ୍ଧାନ ମୁର୍ମୁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ଆମ ଟାର୍ଗେଟ ୮୦ରୁ ଅଧିକ, ଯେମିତି ସରକାର ହୋଇପାରିବ। ସରକାର କରିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ବୈଠକ ଆରମ୍ଭ ହୋଇସାରିଛି ଏବଂ ଅଳ୍ପ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ବିଜେପି ବିଧାୟକ ବୁଧାନ ମୁର୍ମୁ କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।