ଡିଏନ୍ ହୋମ୍ସ ପ୍ରା.ଲିରେ ଆୟକର ଚଢ଼ାଉ: ବିଜେପି ଟାର୍ଗେଟରେ ଶାସକ ଦଳ
ଶାସକ ଦଳର ସଂପୃକ୍ତ ସିିଧାସଳଖ ଭାବେ ନହେଲେ ମଧ୍ୟ ପରୋକ୍ଷ ଭାବେ ରହିଛି
ଓଏଲ୍ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀ ସମେତ କିଛି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି। କୋଟିଏ ଟଙ୍କା ପାଖାପାଖି ଫେକ୍ ନୋଟ ମିଳିଥିବା ଆଇଟି ସୂତ୍ରରୁ ସୂଚନା। ଫେକ୍ ନୋଟ୍ ନେଇ ଆୟକର ବିଭାଗ ଛାନବିନ ଆରମ୍ଭ କରିଛି। ଏକ୍ସପର୍ଟମାନେ ପହଞ୍ଚି ଫେକ୍ ନୋଟ୍ ଚିହ୍ନଟ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଆଇଟି ରେଡ୍ ବେଳେ ଡିଏନ୍ ଗ୍ରୁପରୁ ବେଆଇନ ଟଙ୍କା ଜବତକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଲୋକଙ୍କ ଆଶଙ୍କା ଏହା ଶାସକ ଦଳର ଗଚ୍ଛିତ ଟଙ୍କା। ପୂର୍ବରୁ ଯେଉଁଠି ଆଇଟି ଓ ଇଡି ରେଡ୍ ହୋଇଛି, ସବୁ ଗୁଡିକରେ ଶାସକ ଦଳର ସଂପୃକ୍ତ ସିିଧାସଳଖ ଭାବେ ନହେଲେ ମଧ୍ୟ ପରୋକ୍ଷ ଭାବେ ରହିଛି। ସବୁଠାରୁ ବଡ଼ କଥା ହେଲା ଏ ଟଙ୍କା କାହାର, କିଏ ମହଜୁଦ ରଖିଛି ? ଶାସକ ଦଳର କଳା ଟଙ୍କା ସେଠି ବିନିଯୋଗ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।