Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘାଟିରୁ ଖସିଲା ଯାତ୍ରୀବାହୀ ବସ୍, ୨୭ ମୃତ

୧୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି

ଓଏଲ୍‌ ବ୍ୟୁରୋ: ଆମେରିକା ମେକ୍ସିକୋରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଭାରମାସ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଘାଟିରୁ ଖସିପଡିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣ ଯାତ୍ରୀଙ୍କର ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁସାରେ, ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବସଟି ମେକ୍ସିକୋ ସିଟିରୁ ଓକ୍ସାକାର ୟୋସୁଣ୍ଡୁଆ ଅଭିମୁଖେ ଯାତ୍ରା କରୁଥିଲା। ଯାତ୍ରା ସମୟରେ ଭାରମାସ୍ୟ ହରାଇ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ୨୭ ଜଣଙ୍କ ମଧ୍ୟରେ ୧୩ ଜଣ ପୁରୁଷ, ୧୩ ଜଣ ମହିଳା ଏବଂ ଜଣେ ଶିଶୁ ଥିବା ସୂଚନା ରହିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.