Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ୧ କୋଟି ୫୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ ରେଳ ମନ୍ତ୍ରୀ

ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଲାଗି ସାଂସଦ ପାଣ୍ଠିରୁ ସହାୟତା ରାଶି ଘୋଷଣା

ଓଏଲ୍ ବ୍ୟୁରୋ: କରମଣ୍ଡଳର କଳାରାତିକୁ ପୁରିଛି ଏକ ମାସ। ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ୍‌ ଟ୍ରାଜେଡିକୁ ପୁରିଛି ଏକ ମାସ। ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି କଟକ ବଡ଼ ମେଡିକାଲ, ଭୁବନେଶ୍ବରର ଏମ୍ସରେ ବହୁ ଆହତଙ୍କ ଚିକିତ୍ସା ଚାଲିଛି। ଏହାରି ମଧ୍ୟରେ ବାହାନଗାକୁ କେନ୍ଦ୍ର ରେଳ ମନ୍ତ୍ରୀ ସାଂସଦ ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ସହାୟତା ରାଶି ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଲାଗି ସାଂସଦ ପାଣ୍ଠିରୁ ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ଏନେଇ ବାଲେଶ୍ବର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଅନ୍ୟପଟେ, ଦୁର୍ଘଟଣାର ପ୍ରାୟ ଏକ ମାସ ପରେ ଆସିଛି ରେଲଓ୍ବେ କମିଶନରଙ୍କ ରିପୋର୍ଟ। ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଥିବା ରେଳ ସୁରକ୍ଷା କମିଶନ ରିପୋର୍ଟ ଦାଖଲ କରିଛନ୍ତି। ରେଳବୋର୍ଡ଼ ନିକଟରେ ଏହି ରିପୋର୍ଟ ଦାଖଲ ହୋଇଛି। ଏହାବାଦ ତ୍ରୁଟିପୂର୍ଣ୍ଣ ୱେୟାରିଂ ମଧ୍ୟ ଆଉ ଏକ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି କୁହାଯାଇଛି। ଏଥିରେ ଏକ ଟିମ ୱେୟାରିଂ ସର୍କିଟକୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇରେ ବିଫଳ ହୋଇଥିଲା।

Leave A Reply

Your email address will not be published.