Odisha Link
Bridging the Missing Links in Odisha

ଭାରତ ଆକାଶରେ ପାକିସ୍ତାନୀ ଡ୍ରୋନ୍, ସର୍ଚ୍ଚ ଅପରେସନ ସମୟରେ ହେଲା ଉଦ୍ଧାର

ପଞ୍ଜାବର ଏକ ଗ୍ରାମରେ ବିଏସଏଫ ଦ୍ୱାରା କରାଯାଇଥିବା ସର୍ଚ୍ଚ ଅପରେସନ ସମୟରେ ଏହା ଉଦ୍ଧାର

ଓଏଲ୍ ବ୍ୟୁରୋ: ପୁଣି ଭାରତ ଆକାଶରେ ଦେଖିବାକୁ ମିଳିଲା ପାକସ୍ତାନୀ ଡ୍ରୋନ୍। ଗତକାଲି ରାତି ୯.୦୫ରେ ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ଆକାଶ ସୀମାକୁ ଉଲ୍ଲଂଘନ କରିଥିଲା। ବିଏସ୍ଏଫ୍ ସୈନ୍ୟମାନେ ଏହି ପାକିସ୍ତାନୀ ଡ୍ରୋନକୁ ଅଟକାଇ ଥିଲେ। ପରେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଏଥିସହ ପଞ୍ଜାବର ଏକ ଗ୍ରାମରେ ବିଏସଏଫ ଦ୍ୱାରା କରାଯାଇଥିବା ସର୍ଚ୍ଚ ଅପରେସନ ସମୟରେ ଏହା ଉଦ୍ଧାର କରାଯାଇଛି।

ଖବର ଅନୁସାରେ, ଗତ ଫେବୃଆରୀ ମାସରେ ଭାରତ ଆକାଶରେ ଦେଖିବାକୁ ମିଳିଥିଲା ପାକସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଉଡୁଥିବା ପାକସ୍ତାନୀ ଡ୍ରୋନକୁ ବିଏସଏଫ ଯବାନ ଗୁଳି କରି ଖସାଇଥିଲେ। ତେବେ ଏହି ପାକସ୍ତାନୀ ଡ୍ରୋନ୍ ପଞ୍ଜାବର ଅମ୍ରିତସରରେ ଏହି ଦେଖିବାକୁ ମିଳିଥିବା ଜଣା ପଡିଥିଲା। ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ ଉଡ଼ୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.