ଅଣସୁପକାରଙ୍କ ମହାପ୍ରସାଦ ବିକ୍ରି ଉପରେ ଲାଗିଲା ରୋକ, ଶ୍ରୀମନ୍ଦିର ପ୍ରଶାସନକୁ ଦିଆଗଲା ତାଲିକା
ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା
ଓଏଲ୍ ବ୍ୟୁରୋ: ପୁରୀରେ ମହାପ୍ରସାଦ ନାଁରେ ନକଲି ଅବଢ଼ା ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅନଲାଇନରେ ଅବଢ଼ା ବିକ୍ରିକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଛି। ତେବେ ଏହି ଘଟଣାକୁ ନେଇ ଅଭିଯୋଗ କ୍ରମେ ଅଣସୁପକାରଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଉପରେ ରୋକ ଲଗାଯାଇଛି।
ଯଦି କେହି ଏହି ନିୟମ ଉଲଂଘନ କରନ୍ତି, ତେବେ ଏନେଇ ଥାନାରେ ମାମଲା ରୁଜୁ ହେବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ୧୨ଜଣିଆ ଟିମ୍ ଗଠିତ କରାଯାଇଛି। ଏହି ଟିମ୍ ଆନନ୍ଦ ବଜାର ଶୃଙ୍ଖଳାର ପରିଚାଳନା କରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ତାଲିକା ଦିଆଯାଇଥିବା ଜଣା ପଡିଛି।