Odisha Link
Bridging the Missing Links in Odisha

ରାଜ୍ୟର କିଛି ଜିଲ୍ଲାରେ କୋହଲା ପାଗ, ଅନେକ ସ୍ଥାନରେ ନିଅଣ୍ଟିଆ ବର୍ଷା!

ଓଏଲ୍ ବ୍ୟୁରୋ: ରାଜ୍ୟରେ ମୌସୁମୀ ଆଗମନ ପରେ ମଧ୍ୟ ବର୍ଷାର ପରିମାଣ କମିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି। କିଛି ଜିଲ୍ଲାରେ ଲଗାଣ ବର୍ଷା ଅନୁଭୂତ ହେଉଥିବା ବେଳେ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେଉଛି।

https://twitter.com/mcbbsr/status/1679024740441395200?s=20

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଚଳିତ ମୌସୁମୀ ଋତୁରେ,୧ ଜୁନରୁ ଆଜି ୧୧ ଜୁଲାଇ ମଧ୍ୟରେ ୨୩୮.୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୩୨୩.୬ ମିମି ତୁଳନାରେ ୨୬ ପ୍ରତିଶତ କମ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୬ ମିମି ତୁଳନାରେ ୩୭ ପ୍ରତିଶତ କମ ରହିଛି।

ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୭୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୪୪ ପ୍ରତିଶତ ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୧ ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪ ପ୍ରତିଶତ କମ ରହିଛି।

Leave A Reply

Your email address will not be published.