ଉତ୍ତର ଭାରତରେ ଦୁର୍ଦ୍ଦିନ ଆଣିଦେଇଛି ବର୍ଷା, ଗଲାଣି ୧୧୬ ଜୀବନ
ଉତ୍ତର ପ୍ରଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ
ଓଏଲ୍ ବ୍ୟୁରୋ: ଉତ୍ତର ଭାରତରେ ତାଣ୍ଡବ ରଚିଛି ବର୍ଷା। ବର୍ଷା ପ୍ରଭାବରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବରେ ଜନ ଜୀବନ ହନ୍ତସନ୍ତ ହୋଇପଡିଛି। ହରିୟାଣା ଓ ରାଜସ୍ଥାନରେ ମଧ୍ୟ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି।
ହିମାଚଳ ପ୍ରଦେଶରେ ଫସିରହିଥିବା ୩ ଶହ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି। ବର୍ଷାର ବିତ୍ପାତରେ ପୂର୍ବରୁ ୯୧ ଜୀବନ ଚାଲିଯାଇଥିଲା। ଦିନକରେ ଆଉ ୨୫ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି। ପ୍ରକୃତିର ତାଣ୍ଡବରେ ବର୍ତମାନ ସୁଦ୍ଧା ମୃତ୍ୟସଂଖ୍ୟା ୧୧୬ରୁ ଅଧିକ ପ୍ରାଣ ହରାଇଥିବା ଜଣା ପଡିଛି। ସ୍ଥିତି ବେଳକୁ ବେଳ ଜଟିଳ ହେଉଥିବାବେଳେ ଉତ୍ତର ପ୍ରଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।