ଏଏସ୍ଓ ପରୀକ୍ଷା ମାମଲା: ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ
ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା

ଓଏଲ୍ ବ୍ୟୁରୋ: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସଓ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା। ଏହି ଘଟଣାକୁ ନେଇ ହାଇକୋର୍ଟରେ ରିଟ୍ ଆବେଦନ ଶୁଣାଣି ହୋଇଛି। ଏହା ସହ ରିଭ୍ୟୁ ଆବେଦନର ଶୁଣାଣି ଶେଷ ହୋଇଛି। ଏହି ମାମଲାରେ ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ପୂର୍ବରୁ ହାଇକୋର୍ଟ ମେରିଟ୍ ଲିଷ୍ଟ ଖାରଜ ପାଇଁ ନିର୍ଦେଶ ଦେଇଥିଲେ। ନିର୍ଦେଶର ପୁନର୍ବିଚାର ପାଇଁ ୨ଟି ପିଟିସନ ଦାୟର ହୋଇଥିଲା। ଏହି ମାମଲାରେ ହାଇକୋର୍ଟ ଉଭୟ ଆବେଦନର ଏକତ୍ର ଶୁଣାଣି କରିଛନ୍ତି।
ଖବର ଅନୁସାରେ, ୭୯୬ଟି ଏଏସ୍ଓ ପଦବୀ ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା। ଆବେଦନର ଶୁଣାଣି କରି ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ନେଇ ପୁରୁଣା ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ପ୍ରତିବାଦ ଆରମ୍ଭ କରିଥିଲେ।