Odisha Link
Bridging the Missing Links in Odisha

ଶକ୍ତିଶାଳୀ ହେବ ଭାରତୀୟ ସେନା, ଆଉ ୨୬ଟି ରାଫେଲ ଫାଇଟର କିଣିବ ଭାରତ

ଭାରତରେ ପହଂଚି ସାରିଛି ୩୬ଟି ରାଫେଲ

ଓଏଲ୍‌ ବ୍ୟୁରୋ: ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି। ଆଉ ୨୬ଟି ରାଫେଲ ଫାଇଟର ଏୟାରକ୍ରାଫ୍ଟ ଭାରତ କିଣିବାକୁ ଯାଉଛି। ଏନେଇ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପକ୍ଷରୁ ଅନୁମୋଦନ ପ୍ରଦାନ କରିଛି। ୨୬ଟି ରାଫେଲ ଫାଇଟର ଏୟାରକ୍ରାଫ୍ଟ ମଧ୍ୟରୁ ୨୨ଟି ରାଫେଲ ଏମ୍‌ଏସ୍‌, ଟ୍ରେନିଂ ପାଇଁ ୪ଟି ଡବଲ ସିଟର କିଣାଯିବ। ନୌସେନା ପାଇଁ ୩ଟି ଅତିରିକ୍ତ ସବ୍‌ମେରାଇନ ମଧ୍ୟ କିଣିବାକୁ ନିଷ୍ପତ୍ତି ନିଆଯାଇଛି।

ଖବର ଅଣୁଅସ୍ତ୍ରଇ, ପୂର୍ବରୁ ଭାରତୀୟ ସେନାର ଶକ୍ତି ବଢାଇବାକୁ ଭାରତକୁ ଫ୍ରାନ୍ସରୁ ରାଫେଲ ଆସିଥିଲା। ଭାରତରେ ପହଂଚି ସାରିଛି ୩୬ଟି ରାଫେଲ ଯାହାକୁ ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ କୁହାଯାଇଥାଏ। ଏହି ରାଫେଲ ବିମାନ ଭାରତୀୟ ସେନାର ଆହୁରି ଶକ୍ତି ବଢାଇବ ବୋଲି କୁହାଯାଉଛି।

Leave A Reply

Your email address will not be published.