ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ସମାଧାନ ହେବ ରାଜଧାନୀର ଜଳବନ୍ଦୀ ସମସ୍ୟା
ଡ୍ରେନ୍ ପଙ୍କକୁ ସ୍ଥାନାନ୍ତର କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି
ଓଏଲ୍ ବ୍ୟୁରୋ: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଆଗମନ ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଜଳବନ୍ଦୀ ସମସ୍ୟା ଦେଖା ଦେଉଛି। ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ଜଳବନ୍ଦୀ ଏବଂ ଆବଶ୍ୟକୀୟ ପଙ୍କୋଦ୍ଧାର ତଥା ସଠିକ ସମୟରେ ଡ୍ରେନ୍ ପଙ୍କକୁ ସ୍ଥାନାନ୍ତର କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଜାତୀୟ ରାଜପଥ ବିଭାଗ ଇସ୍କନଠାରେ ହେଉଥିବା ଜଳବନ୍ଦୀରୁ ରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ସିଏସ୍ ବୋଲି କହିଛନ୍ତି। ଇସ୍କନ ମନ୍ଦିର ବିପରୀତ ପାଶ୍ୱର୍ରେ ଥିବା କ୍ରିଷ୍ଣା ଟାୱାରରୁ ଭୋଇସାହି ପର୍ଯ୍ୟନ୍ତ ଏକ ସମାନ୍ତରାଳ ଡ୍ରେନ୍ ନିର୍ମାଣ କରି ଜଳବନ୍ଦୀ ସ୍ଥିତି ସୁଧୁରିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ତେବେ ଏହି ବୈଠକ ଅନୁସାରେ ଇସ୍କନ ଜଳବନ୍ଦୀ ସମସ୍ୟାର ସମାଧାନ କରାଯିବାର ଆଶା ରହିଛି।