Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ୩ ଅଭିଯୁକ୍ତଙ୍କ ସରିବ ରିମାଣ୍ଡ ଅବଧି, ଆଜି କୋର୍ଟରେ ହେବେ ହାଜର

ଓଏଲ୍ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ମାମଲାରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଗିରଫ ହୋଇଥିବା ୩ କର୍ମଚାରୀଙ୍କୁ ରିମାଣ୍ଡରେ ନେଇ ସିବିଆଇ ଜେରା କରୁଛି। ତେବେ ଆଜି ଅଭିଯୁକ୍ତଙ୍କ ଏହି ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି। ସିବିଆଇ ଦ୍ୱିତୀୟ ଥର ପାଇଁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି। ସମ୍ପୃକ୍ତ ୩ ଅଭିଯୁକ୍ତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ।

ଅନ୍ୟପଟେ, ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା। ମାମଲାରେ ସମ୍ପୃକ୍ତ ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ୭ ଜଣ ରେଳ କର୍ମଚାରୀ ଅଟନ୍ତି। ତେବେ କାର୍ଯ୍ୟାନୁଷ୍ଠାନ ନେଇ ଜିଏମ୍‌ ଅନୀଲ କୁମାର ମିଶ୍ର ସୂଚନା ଦେଇଥିଲେ। ଏହି ଘଟଣାରେ ସିବିଆଇ ଓ ସିଆରଏସ୍‌ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିୟମ ଅନୁସାରେ ଗିରଫର ୨୪ ଘଣ୍ଟା ଭିତରେ ସସ୍‌ପେଣ୍ଡ ନିଶ୍ଚିତ ବୋଲି ସୂଚନା ରହିଛି।

Leave A Reply

Your email address will not be published.