Odisha Link
Bridging the Missing Links in Odisha

ରାଜଧାନୀ ଦିଲ୍ଲୀରେ ଭୟଙ୍କର ସ୍ଥିତି, ବିପଦ ସୃଷ୍ଟି କରିଛି ଯମୁନା ନଦୀର ପାଣି

ଓଏଲ୍ ବ୍ୟୁରୋ: ଦିଲ୍ଲୀର ଅନେକ ଅଂଚଳରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଚାରିଆଡେ ପଶିଲାଣି ପାଣି, ଉଛୁଳିଲାଣି ଯମୁନା ନଦୀ। ପ୍ରବଳ ବର୍ଷା ଯୋଗୁଁ ସମଗ୍ର ଉତ୍ତର ଭାରତ ବେହାଲ ଥିବା ବେଳେ ଏବେ ରାଜଧାନୀ ଦିଲ୍ଳୀ ପାଇଁ ଯମୁନା ନଦୀ ବିପଦ ସୃଷ୍ଟି କରିଛି। ନଦୀ ପାଣି ଉଛୁଳି ଏବେ ଦିଲ୍ଳୀର ତଳିଆ ଅଞ୍ଚଳରେ ପଶିବା ଆରମ୍ଭ କରିଛି। ପ୍ରତି ଘଣ୍ଟାରେ ରାଜଧାନୀ ଦିଲ୍ଲୀର ସ୍ଥିତି ବିଗୁଡୁ ଥିବାବେଳେ ଚିନ୍ତାରେ ଦିଲ୍ଲୀ ବାସିନ୍ଦା ଚିନ୍ତାରେ ପଡିଛନ୍ତି। ଯମୁନାର ଜଳସ୍ତର କମିଥିଲେ ମଧ୍ୟ କିନ୍ତୁ ଜନଜୀବନ ବାଧା ପ୍ରାପ୍ତ ହୋଇ ରହିଛି। ଜଳସ୍ତର ହ୍ରାସ ପାଇଁ ଉଦ୍ୟମ ଚାଲିଥିବାବେଳେ ସ୍ଥାନୀୟ ଲୋକ ହନ୍ତସନ୍ତ ହେଉଛନ୍ତି।

ଅନ୍ୟପଟେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ତିତି ଅନୁଧ୍ୟାନ କରିବା ପରେ ରବିବାର ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି। ୩ ଦିନ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବା ସହ ସରକାରୀ ଅଫିସକୁ ୱାର୍କ ଫ୍ରମ ହୋମ କରିବାକୁ ଘୋଷଣା କରାଯାଇଛି। ଅତ୍ୟାବଶକ ସେବାରେ ଥିଲେ କର୍ମଚାରୀ ଅଫିସ୍‌ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.