ମ୍ୟାଲେରିଆ ରୋଗର ନିରାକରଣ ପାଇଁ ସଚେତନତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ
ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ମୌସୁମୀ ପ୍ରଭାବରେ ଚାରିଆଡେ ବର୍ଷା ଲାଗିରହିଛି। ବର୍ଷା କାରଣରୁ ଅନେକ ବ୍ୟକ୍ତି ବହୁ ସଂକ୍ରମଣ ରୋଗରେ ପଡ଼ିଥାନ୍ତି। ତେବେ ମ୍ୟାଲେରିଆ ରୋଗର ନିରାକରଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସତର୍କତା ଜାରି କରାଯାଇଛି। ଶୋଇବା ସମୟରେ ମଶାରୀ ନିଶ୍ଚିତ ବ୍ୟବହାର କରିବା ସହ ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମ୍ୟାଲେରିଆ ନିରାକରଣ ପାଇଁ ଶୋଇବା ସମୟରେ ମଶାରୀ ନିଶ୍ଚିତ ବ୍ୟବହାର କରନ୍ତୁ ଓ ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଚିହ୍ନଟ ହେଲେ ଔଷଧ ସମ୍ପୂର୍ଣ୍ଣ ମାତ୍ରାରେ ସେବନ କରନ୍ତୁ। ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ଆଶାକର୍ମୀଙ୍କ ପାଖରେ ଏବଂ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନାମୂଲ୍ୟରେ ଉପଲବ୍ଧ। #OdishaCares pic.twitter.com/MxKWxGpKgl
— H & FW Dept Odisha (@HFWOdisha) July 14, 2023
ମ୍ୟାଲେରିଆ ଚିହ୍ନଟ ହେଲେ ଔଷଧ ସମ୍ପୂର୍ଣ୍ଣ ମାତ୍ରାରେ ସେବନ କରିବାକୁ କୁହାଯାଇଛି। ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ଆଶାକର୍ମୀଙ୍କ ପାଖରେ ଏବଂ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନାମୂଲ୍ୟରେ ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।