ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କ, ୪୦ ମେଣ୍ଢା ମୃତ
ମେଣ୍ଢା ମୃତ୍ୟୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି।
ଓଏଲ୍ ବ୍ୟୁରୋ: ନିଆଳି ପରେ ଢେଙ୍କାନାଳରେ ଅଜଣା ଜନ୍ତୁ ଭୟ ସୃଷ୍ଟି କରିଛି। ଅଜଣା ଜନ୍ତୁ ଆକ୍ରମଣରେ ୪୦ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଆରଦା ଗ୍ରାମରେ ଏହି ଘଟଣା ଘଟିଥିବାବେଳେ ମେଣ୍ଢା ମୃତ୍ୟୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି। ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଥିବାରୁ ଏନେଇ ଚିନ୍ତା ବଢ଼ିବାରେ ଲାଗିଛି।
ଖବର ଅନୁସାରେ, ଗତ ମାର୍ଚ୍ଚ ୧୩ରେ କଣ୍ଟପଡ଼ା ବ୍ଲକ ଗୁଣାଦୋଳ ଠାକୁର ପୋଖରୀସାହିରେ ମେଣ୍ଡା ମରୁଥିବା ଜଣା ପଡିଥିଲା। ମେଣ୍ଢା ପାଳନ କରୁଥିବା ୨ ଜଣଙ୍କ ଗୁହାଳରେ ୨ ଦିନରେ ୨୯ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ସନ୍ଦେହ ଘରେ ରହିଥିଲା। ତେବେ ବାରମ୍ବାର କିଏ ମେଣ୍ଢାଙ୍କୁ ମାରୁଛି ତାହା ଜଣାପଡ଼ିନଥିବା ବେଳେ, ମେଣ୍ଢା ମାରୁଥିବା ଜନ୍ତୁକୁ ଧରିବା ପାଇଁ ଟ୍ରାପ୍ କ୍ୟାମେରା ଓ ଯନ୍ତା ବସାଇଥିଲା ବନ ବିଭାଗ। କିଛି ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳିରେ ସହ ସହ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।