ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି, ନିଜେ ରହୁଥିବା ଆପାର୍ଟମେଣ୍ଟର ନିୟମକୁ ନେଇ ଖୋଲିଲେ ମୁହଁ
ସେଥିରେ ଥିବା ନିୟମ ଗୁଡିକ କେମିତି ମାନବାଧିକାର ଉଲ୍ଲଙ୍ଘନ କରୁଛି ତାହା ଦର୍ଶାଇଛନ୍ତି

ଓଏଲ୍ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ପୂର୍ବଭଳି ଏବେ ସେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ହେଲେ ଏଥର କିନ୍ତୁ ତାଙ୍କୁ ନେଇ ରହିଥିବା ପାରିବାରିକ ବିବାଦ ମାମଲାକୁ ନେଇ ନୁହେଁ ବରଂ ନିଜେ ରହୁଥିବା ଆପାର୍ଟମେଣ୍ଟକୁ ମୁହଁ ଖୋଲିଛନ୍ତି। ଯାହା ଏବେ ଚର୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ସାଂସଦ ଅନୁଭବ ମହାନ୍ତି ନିଜେ ଏକ ଭିଡିଓ ବାର୍ତ୍ତା ଦେଇଥିବା ସାମ୍ନାକୁ ଆସିଛି। ସେଥିରେ ସେ ରହୁଥିବା ଆପାର୍ଟମେଣ୍ଟରେ କେମିତି ମାନବାଧିକାର ଉଲ୍ଲଙ୍ଘନ କରାଯାଉଛି, ସେ ନେଇ ଅଭିଯୋଗ ଆଣିଛନ୍ତି। ଲିଫ୍ଟରେ ମରାଯାଇଥିବା ସୂଚନା ଓ ସତର୍କତା ଫଳକ ଦେଖାଇ, ସେଥିରେ ଥିବା ନିୟମ ଗୁଡିକ କେମିତି ମାନବାଧିକାର ଉଲ୍ଲଙ୍ଘନ କରୁଛି ତାହା ଦର୍ଶାଇଛନ୍ତି।
ସେହିଭଳି ଆପାର୍ଟମେଣ୍ଟରେ ବିଭିନ୍ନ ଲୋକଙ୍କ ଘରେ କାମ କରିବାକୁ ଆସୁଥିବା ରୋଷେୟା ଓ ସଫେଇ କର୍ମଚାରୀ କାହିଁକି ଲିଫ୍ଟରେ ଯାଇ ପାରିବେ ନାହିଁ ବୋଲି ସାଂସଦ ଅନୁଭବ ମହାନ୍ତି ପ୍ରଶ୍ନ କରିଛନ୍ତି। କେବଳ ଏହି ଆପାର୍ଟମେଣ୍ଟ ଯେଉଁ ଆପାର୍ଟମେଣ୍ଟରେ ଏଭଳି ନିୟମ ରହିଛି ତାହା ବେଆଇନ ବୋଲି ସେ କହିଛନ୍ତି। ଏହା ସହ ଏହି ବେଆଇନ ନିୟମକୁ ନେଇ ସାଂସଦ ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି।