ପ୍ରଥମ ଟେଷ୍ଟ: ଯଶ୍ବସୀ-ଅଶ୍ବିନୀଙ୍କ ଦମଦାର ପ୍ରଦର୍ଶନ, ୩ ଦିନରେ ଜିତିଲା ଟିମ୍ ଇଣ୍ଡିଆ
ଓଏଲ୍ ବ୍ୟୁରୋ: ୨୦୨୩-୨୫ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଅଭିଯାନରେ ଟିମ୍ ଇଣ୍ଡିଆର ଦମଦାର ଆରମ୍ଭ। ମାତ୍ର ତିନି ଦିନରେ ପ୍ରଥମ ଟେଷ୍ଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଟିମ୍ ଇଣ୍ଡିଆ। ରବିଚନ୍ଦ୍ରନ ଅଶ୍ବିନୀଙ୍କ ଘାତକ ବୋଲିଂରେ ଘାଇଲା ହେଲା କିଓ୍ବି ଦଳ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚରେ ୧୪୧ ରନରେ ଜିତିଲା ଭାରତ। ଦୁଇଟି ଇନିଂସରେ ଅଶ୍ୱିନୀଙ୍କ ଘାତକ ବୋଲିଂ ଓ ଯୁବ ବ୍ୟାଟସମ୍ୟାନ ଯଶସ୍ବୀ ଜୟସ୍ବାଲ୍ଙ୍କ ଦମଦାର ଶତକୀୟ ଇନିଂସ ପାଇଁ ଭାରତ ସହଜ ବିଜୟ ହାସଲ କରିଛି। । ପ୍ରଥମ ପାଳିରେ ୫ ୱିକେଟ୍ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ୱିନୀ ଦ୍ୱିତୀୟ ପାଳିରେ ୭ ୱିକେଟ୍ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି।
ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାତ୍ର ୧୫୦ ରନ୍ କରି ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଅଲଆଉଟ୍ ହୋଇଯାଇଥିଲା। ତାର ଜବାବରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୫ ଓ୍ବିକେଟ ହରାଇ ୪୨୧ ରନରେ ପାଳି ଘୋଷଣା କରିଥିଲା। ଓ୍ବେଷ୍ଟଇଣ୍ଡିଜ ଠାରୁ ୨୭୧ ରନ୍ରେ ଆଗୁଆ ରହିଥିଲା ଭାରତ । ଏହାକୁ ପିଛା କରିବାକୁ ଓ୍ବେଷ୍ଟଇଣ୍ଡିଜ ଦଳ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ମାତ୍ର ୧୩୦ ରନରେ ସମସ୍ତ ଓ୍ବିକେଟ ହରାଇବାରୁ ଟିମ୍ ଇଣ୍ଡିଆ ୧୪୧ ରନରେ ବିଜୟୀ ହୋଇଛି। ଯୁବ ଓପନର ଯଶ୍ବସୀ ଜୟସ୍ବାଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ମିଳିଛି। ପ୍ରଥମ ଇନିଂସରେ ୫ ଓ ଦ୍ବିତୀୟ ଇନିଂସରେ ୭ ଓ୍ବିକେଟ ନେଇ ଅଶ୍ବିନୀ ଟିମ୍ ଇଣ୍ଡିଆକୁ ସହଜ ବିଜୟ ଦେଇଛନ୍ତି।