Odisha Link
Bridging the Missing Links in Odisha

ସମ୍ବଲପୁର ଗସ୍ତରେ ୫-ଟି ସଚିବ, ସମଲେଇ ପ୍ରକଳ୍ପର କଲେ ସମୀକ୍ଷା

ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ୫-ଟି ସଚିବ ଭିକେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ ସମ୍ବଲପୁର ଗସ୍ତରେ ଅଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭିକେ ପାଣ୍ଡିଆନ ସମଲେଶ୍ବରୀଙ୍କ ଦର୍ଶନ କଲେ। ସମଲେଇ ପ୍ରକଳ୍ପର ସମୀକ୍ଷା କରିବା ସହ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି। ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ୫-ଟି ସଚିବ ଭିକେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲିଠୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଅଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ଏହି ଅବସରରେ ୫-ଟି ସଚିବ ଭିକେ ପାଣ୍ଡିଆନ କୁଚିଣ୍ଡା ମୁକୁନ୍ଦି ସଭାସ୍ଥଳରେ ଉପସ୍ଥିତ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଏହା ସହ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ଆସନ୍ତା ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି।

ସେହିଭଳି ୨୪ ଘଣ୍ଟା ମଧ୍ୟରେ ପାନୀୟଜଳ ସମସ୍ୟାର ସମାଧାନ କରାଯିବା ସହ ସାତ ଦିନ ମଧ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ସମସ୍ତ ସମସ୍ୟାର ସମାଧାନ ଏକ ମାସ ମଧ୍ୟରେ କରାଯିବ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.