ନୟାଗଡ଼ ଗସ୍ତରେ ୫-ଟି ସଚିବ, ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
ବିଭିନ୍ନ ଧର୍ମାନୁଷ୍ଠାନ ସମସ୍ୟାର ୭ ଦିନ ମଧ୍ୟରେ ସମାଧାନ ପାଇଁ ପ୍ରତିଶୃତି ପ୍ରଦାନ କରିଛନ୍ତି

ଓଏଲ୍ ବ୍ୟୁରୋ: ଆଜିଠୁ ଦୁଇଦିନିଆ ନୟାଗଡ଼ ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ। ୫-ଟି ସଚିବ ସକାଳୁ ରଣପୁର ପହଞ୍ଚି ତଳ ମଣିନାଗ ଓ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ୫ଟି ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବାବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ସକାଳୁ ରଣପୁର ପହଞ୍ଚି ତଳ ମଣିନାଗ ଓ ଜଗନ୍ନାଥଙ୍କ ଦର୍ଶନ କରିବା ସହ ମନ୍ଦିରର ରୂପାନ୍ତରିକରଣ ନେଇ ୫-ଟି ସଚିବ ଆଲୋଚନା କରିଛନ୍ତି। ରଣପୁର ମେଡିକାଲର ଉନ୍ନତିକରଣ ପାଇଁ ଡାକ୍ତର ଓ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ସମୀକ୍ଷା ଓ ଆଲୋଚନା କରିବା ପରେ ଉନ୍ନତିକରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି।
ରଣପୁରରେ ଆୟୋଜିତ ଜନଶୁଣାଣି ସଭାରେ ଲୋକଙ୍କଠାରୁ ଦାବିପତ୍ର ଗ୍ରହଣ ସହ ସମସ୍ୟାର ଖୁବଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଅସହ ପାନୀୟଜଳ ସମୟର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନ ସମସ୍ୟାର ୭ ଦିନ ମଧ୍ୟରେ ସମାଧାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏହାସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ପଦକ୍ଷେପ ନିଆଯିବ ବୋଲି ୫-ଟି ସଚିବ କହିଛନ୍ତି।