Odisha Link
Bridging the Missing Links in Odisha

ବଢ଼ିଲା ହୀରାକୁଦ ଜଳସ୍ତର, ଦିନକରେ ବୃଦ୍ଧି ହେଲା ୨.୫୦ ଫୁଟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ତା ସହିତ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ଏହା ପ୍ରଭାବରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି। ଦିନକରେ ହୀରାକୁଦରେ ୨.୫୦ ଫୁଟ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ୬୦୮.୭୮ ଫୁଟ ଥିବାବେଳେ ଆଜି ୬୧୧.୧୯ ଫୁଟରେ ପହଂଚିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୪ ହଜାର ଜଳ ପ୍ରବେଶ କରୁଥିବା ସୂଚନା ରହିଛି।

Leave A Reply

Your email address will not be published.