Odisha Link
Bridging the Missing Links in Odisha

ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗ: ଆଜି ଅପରାହ୍ନରେ ବସିବ ଜରୁରୀ ବୈଠକ

ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ କରାଯିବ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଡ଼ଦେଉଳର ଚାରି ଦ୍ୱାର ଖୋଲିବା ପ୍ରସଙ୍ଗକୁ ନେଇ ଛତିଶା ନିଯୋଗର ଜରୁରୀ ବୈଠକ କରାଯିବ। ତେବେ ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ କରାଯିବ। ଏହି ବୈଠକର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ। ଶ୍ରୀମନ୍ଦିର ଦ୍ବାରା ଖୋଲିବାକୁ ଦସ୍ତଖସ୍ତ ଅଭିଯାନ ଜାରି ରହିଛି।

ସୂଚନା ଅନୁସାରେ, ଚାରି ଦ୍ୱାର ଖୋଲିବା ଦାବିରେ ପୁରୀ ସଚେତନ ମଞ୍ଚ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ୧ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି ଦସ୍ତଖତ ଅଭିଯାନରେ ଭକ୍ତ, ସେବାୟତ, ବୁଦ୍ଧିଜୀବୀଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯିବ। ପରେ ଏହି ଲକ୍ଷ ଲକ୍ଷ ଦସ୍ତଖତ ଥାଇ ଦସ୍ତଖତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ।

ସଚେତନ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲା ପ୍ରଶାସନ ପ୍ରଥମେ କୋଭିଡ୍ ଓ ପରେ ଗହଳିର ଆଳ ଦେଖାଇ ଚାରି ଦ୍ୱାର ଦର୍ଶନ ବନ୍ଦ କରିଦେଇଥିଲା। ଏଥିପାଇଁ ପ୍ରତିଦିନ ଖରାରେ ଭକ୍ତ ଲମ୍ବାଧାଡିରେ ଦର୍ଶନ ପାଇଁ ଛିଡ଼ା ହେଉଛନ୍ତି। ମରିଚିକୋଟ ଆଗକୁ ବି ଭକ୍ତଙ୍କ ଧାଡି ଲମ୍ବୁଛି। ନାଟମଣ୍ଡପରେ ଭକ୍ତ ଠେଲାପେଲାରେ ଦର୍ଶନ କରୁଛନ୍ତି। ତେଣୁ ତୁରନ୍ତ ଚାରି ଦ୍ୱାର ଖୋଲିବାକୁ ଦାବି କରାଯାଇଛି।

Leave A Reply

Your email address will not be published.