ପାରିବାରିକ କଳହର କରୁଣ ଚିତ୍ର, ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ନୃଶଂସ ସ୍ବାମୀ
ମୃତକ ହେଲେ କାଞ୍ଚନ ନାୟକ ଓ ତାଙ୍କ ପୁଅ ଉତ୍କଳ।

ଓଏଲ୍ ବ୍ୟୁରୋ: ପାରିବାରିକ କଳହର କରୁଣ ଚିତ୍ର। ନିଜ ୫ବର୍ଷର ପୁଅ ଓ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଏହି ଘଟଣା ଭଦ୍ରକ ଭଣ୍ଡାରିପୋଖରୀ ଥାନା କୁଶଗଡ଼ିଆ ଗାଁରେ ଘଟିଛି। ପାରିବାରିକ କଳହକୁ ନେଇ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିବା କୁହାଯାଉଛି। ମୃତକ ହେଲେ କାଞ୍ଚନ ନାୟକ ଓ ତାଙ୍କ ପୁଅ ଉତ୍କଳ। ହତ୍ୟା କରି ସ୍ୱାମୀ ଫେରାର୍ ହେବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ବାପା ଉମେଶ ନାୟଙ୍କୁ ଅଟକ ରଖିଛି। କୁସଗଡ଼ିଆ ଛକରେ ଥିବା ଭଡ଼ା ଘରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଉମେଶ ମଦ ପିଇ ଘରକୁ ଫେରିଥିଲେ। ମଦ ନିଶାରେ ପ୍ରଥମେ ପୁଅର ତଣ୍ଟିଚିପି ହତ୍ୟା କରିଥିଲେ। ପୁଅର ଚିତ୍କାର ଶୁଣି ଉମେଶଙ୍କ ସ୍ତ୍ରୀର ନିଦ ଭାଙ୍ଗି ଯାଇଥିଲା। ଏନେଇ ସେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଉମେଶ ଛାଡ଼ି ନଥିଲେ। ତାଙ୍କୁ ମଧ୍ୟ ତଣ୍ଟିଚିପି ହତ୍ୟା କରିଥିଲେ। ପୁଅ ଓ ସ୍ତ୍ରୀକୁ ହତ୍ୟା କରି ଉମେଶ ଫେରାର ହୋଇଯାଇଥିଲେ। ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କାବୁ କରିଥିଲା।