କାଲି ଗିରଫ ହୋଇଥିଲେ ଶିକାରୀ, ଆଜି ହେପାଜତରୁ ମାରିଲେ ଚମ୍ପଟ
କାଲି ରୂପାୟା ସହ ୩ ଶିକାରୀଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା।
ଓଏଲ୍ ବ୍ୟୁରୋ: ବନ ବିଭାଗ ହେପାଜତରୁ ଶିକାରୀ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଚମ୍ପଟ ମାରିଥିବା ଶିକାରୀ ଜଣକ ହେଉଛନ୍ତି ଡୁକୁରା ରେଞ୍ଜ ବାଙ୍ଗିରିପୋଷି ଗାଁର ରୂପାୟା ମାରାଣ୍ଡି। ବାରିପଦା ମେଡିକାଲରୁ ଫେରାର ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। କାଲି ରୂପାୟା ସହ ୩ ଶିକାରୀଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା। ପରେ ରୂପାୟା ଅସୁସ୍ଥ ହେବାରୁ ବାରିପଦା ମେଡିକାଲ ଅଣାଯାଇଥିଲା। ସକାଳେ ମେଡିକାଲରୁ ଫେରାର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।