ନବରଙ୍ଗପୁରରେ ଭାଲୁ ଭୟ, ସ୍କୁଲ ପରିସରରେ ପଶିଲେ ୩ଟି ଭାଲୁ
![](https://www.odishalink.com/wp-content/uploads/2023/07/SCHOOL-708x430.jpg)
ଓଏଲ୍ ବ୍ୟୁରୋ: ନବରଙ୍ଗପୁରରେ ଭାଲୁ ଭୟ। ପାଠପଢ଼ା ଚାଲିଥିବାବେଳେ ସ୍କୁଲ ପରିସରରେ ୩ଟି ଭାଲୁ ପଶିଥିବା ଜଣା ପଡିଛି। ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁ ସଦାଶିବ ହାଇସ୍କୁଲ ପରିସରରେ ୩ ଭାଲୁ ଦେଖିବାକୁ ମିଳିଛି। ଗୋଟିଏ ମାଆ ଭାଲୁ ସହ ୨ଟି ଛୁଆ ଭାଲୁ ଥିବା ସୂଚନା ମିଳିଥିବାବେଳେ ସ୍କୁଲରେ ପାଠପଢ଼ା ଚାଲିଥିବାରୁ ଭାଲୁକୁ ନେଇ ଛାତ୍ରଛାତ୍ରୀ ବେଶୀ ଭୟଭୀତ ଥିବା ଜଣା ପଡିଛି।