ମାତିଛନ୍ତି ସାଇବର ଲୁଟେରା, ତୁରନ୍ତ କ୍ରାଇମ ପୋର୍ଟାଲରେ ରିପୋର୍ଟ କରିବା ପାଇଁ ସତର୍କତା ଜାରି
ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି।
ଓଏଲ୍ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ଏଭଳି ଠକେଇରୁ ନିଜକୁ ଦୂରରେ ରଖିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି।
ସାଇବର ଅପରାଧୀମାନେ ସହଜ ଶିକାର ଖୋଜୁଛନ୍ତି। ଯଦି ଆପଣ ସାଇବର ଅପରାଧର ଶିକାର ହୋଇଛନ୍ତି, ତେବେ ସାହାଯ୍ୟ ପାଇଁ ତୁରନ୍ତ ସାଇବର କ୍ରାଇମ ପୋର୍ଟାଲରେ ରିପୋର୍ଟ କରିବା ପାଇଁ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। www.cybercrime.in ସାଇବର କ୍ରାଇମ ପୋର୍ଟାଲ ମାଧ୍ୟମରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି।
ସାଇବର ଅପରାଧୀମାନେ ସହଜ ଶିକାର ଖୋଜୁଛନ୍ତି।
ଯଦି ଆପଣ ସାଇବର ଅପରାଧର ଶିକାର ହୋଇଛନ୍ତି, ତେବେ ସାହାଯ୍ୟ ପାଇଁ ତୁରନ୍ତ ସାଇବର କ୍ରାଇମ ପୋର୍ଟାଲରେ ରିପୋର୍ଟ କରନ୍ତୁ :https://t.co/d1fsMgQRct pic.twitter.com/932x0WxGfO
— Odisha Police (@odisha_police) July 25, 2023