କେନ୍ଦୁପତ୍ରରୁ ଜିଏସଟି ହଟାଇବା ପ୍ରସଙ୍ଗ: ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ
କେନ୍ଦୁପତ୍ରରୁ ୧୮ପ୍ରତିଶତ ଜିଏସଟି ଆଦାୟ ପାଇଁ ଫିଟମେଣ୍ଟ କମିଟି ରିପୋର୍ଟ ଦେଇଛି।
ଓଏଲ୍ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ରଖାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା।
ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଥିବାବେଳେ ସାଂସଦ ସସ୍ମିତ ପାତ୍ର କେନ୍ଦୁପତ୍ରର ଜିଏସଟିକୁ ନେଇ ପ୍ରଶ୍ନ କରିଥିଲେ। ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। କେନ୍ଦୁପତ୍ରରୁ ୧୮ପ୍ରତିଶତ ଜିଏସଟି ଆଦାୟ ପାଇଁ ଫିଟମେଣ୍ଟ କମିଟି ରିପୋର୍ଟ ଦେଇଛି।
କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଓଡ଼ିଶା ବାରମ୍ବାର ଦାବି କରି ଆସୁଛି। ରାଜ୍ୟର ୧୦ଲକ୍ଷରୁ ଅଧିକ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଜିଏସଟି ହଟାଇବାକୁ ଦାବି କରାଯାଇଛି। ଫିଟମେଣ୍ଟ କମିଟି ରିପୋର୍ଟ ଆଧାରରେ ଜିଏସଟି ନ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ।