ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ବୌଦ୍ଧର ଜଣେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
ଓଏଲ୍ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ବୌଦ୍ଧ ଆରଡବ୍ଲୁଏସଏସ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଘୋଷଣା କରାଯାଇଛି। ୩ ବର୍ଷ ଜେଲ୍ ଦଣ୍ଡ ଘୋଷଣା କରାଯାଇଥିବା ସହକାରୀ ଯନ୍ତ୍ରୀ ଏ.ଇ ଭାବଗ୍ରାହୀ ସାମନ୍ତରାୟ। ବୌଦ୍ଧ ଆରଡବ୍ଲୁଏସଏସ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଏ.ଇ ଭାବଗ୍ରାହୀ ସାମନ୍ତରାୟଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ବୌଦ୍ଧ ଆରଡବ୍ଲୁଏସଏସ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଏ.ଇ ଭାବଗ୍ରାହୀ ସାମନ୍ତରାୟ ୨୦୧୯ରେ ଜେଇ ଥିବା ବେଳେ ୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ। ସୌର ପାନୀୟ ଜଳ ପ୍ରକଳ୍ପର ଚୂଡ଼ାନ୍ତ ବିଲ୍ ପାଇଁ ଲାଞ୍ଚ ନେଉଥିଲେ।