ଆଜି ରାଜ୍ୟର ୩୨୫ ଜଣ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଏଥି ସହିତ ଦ୍ବାଦଶ ଶ୍ରେଣୀରେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ।
ଓଏଲ୍ ବ୍ୟୁରୋ: ଆଜି ରାଜ୍ୟରେ ୩୨୫ ଜଣ ସ୍ନାତକୋତ୍ତର ଶିକ୍ଷକଙ୍କୁ ନୂଆ ନିଯୁକ୍ତି ପାଇବେ। ଲୋକସେବା ଭବନ ପ୍ରେକ୍ଷାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବନିଯୁକ୍ତ ଶିକ୍ଷକଙ୍କୁ ଦିଗଦର୍ଶନ ପ୍ରଦାନ କରିବେ। ଏଥି ସହିତ ଦ୍ବାଦଶ ଶ୍ରେଣୀରେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ତେବେ ଦ୍ବାଦଶ ଶ୍ରେଣୀରେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅଧିକ ନମ୍ବର ରଖିଥିବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଧିତ ହେବେ।
ରାଜ୍ୟ ସରକାର ବିଭିନ୍ନ ସମୟରେ ଶହଶହ ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଯୁକ୍ତି ପର୍ବ ଆରମ୍ଭ କରିଛନ୍ତି। ପୂର୍ବରୁ ଏହି ପର୍ବ ମାଧ୍ୟମରେ ବିଭିନ୍ନ ବିଭାଗରେ ଶହଶହ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ନିଯୁକ୍ତି ପର୍ବ ମାଧ୍ୟମରେ ନବନିଯୁକ୍ତ ମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବା ସହ ଦିଗଦର୍ଶନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।