ପ୍ରଥମ ଦିନିକିଆ: ପ୍ରଥମେ ବୋଲିଂ କରିବ ଭାରତ; ଦିନିକିଆରେ ଡେବ୍ୟୁ କଲେ ମୁକେଶ

ଓଏଲ୍ ବ୍ୟୁରୋ: ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ କାରବିଆନ୍ ଟିମ୍। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ବିଶ୍ବକପ୍ ପାଇଁ ଭାରତୀୟ ଦଳର ଏହା ଭଲ ଅଭ୍ୟାସ ହେବ। କେବଳ ଏତିକି ନୁହେଁ, ଉଭୟ ଦଳଙ୍କ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଚାହିବ। ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ବାର୍ବାଡୋସ୍ରେ ଏବଂ ଶେଷ ମ୍ୟାଚ୍ ତ୍ରିନିଦାଦ୍ରେ ଖେଳାଯିବ।
ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି,ଈଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଶାର୍ଦୁଳ ଠାକୁର, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମୁକେଶ କୁମାର, ଉମ୍ରାନ ମଲ୍ଲିକ।
ଓ୍ବେଷ୍ଟଇଣ୍ଡିଜ ଏକାଦଶ: ବ୍ରାଣ୍ଡନ କିଙ୍ଗ୍, କାଇଲ୍ ମେୟର୍ସ, ଅଲିକ୍ ଅଥାନାଜ୍, ସାଇ ହୋପ୍ (ଅଧିନାୟକ), ସିମ୍ରନ ହେଟମେୟର, ରୋଭମାନ ପାୱେଲ, ରୋମାରିଓ ସେଫର୍ଡ, ୟାନିକ, ଡୋମିନିକ ଡ୍ରାକ୍ସ, ଜ୍ୟାଡେନ ସେଲେସ ଗୁଦାକେଶ ମୋତି