ଜୁନ୍ ୪ରୁ ଟି-୨୦ ବିଶ୍ବକପ୍; ଭାଗ ନେବେ ଏହି ୨୦ଟି ଦଳ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇ ସାରିଲାଣି ୨୦୨୪ ଟି-୨୦ ବିଶ୍ବକପ୍ ପାଇଁ ପ୍ରସ୍ତୁତି। ପ୍ରକାଇ ପାଇଲା ୨୦୨୪ ଟି-୨୦ ମହାକୁମ୍ଭ ଖେଳସୂଚୀ। ଫଟାଫଟ୍ ମହାକୁମ୍ଭ ଜୁନ୍ ୪ ତାରିଖରୁ ଆରମ୍ଭ ହୋଇ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ। ମୋଟ ୧୦ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ। ଗତ ଟି-୨୦ ବିଶ୍ୱକପଠାରୁ ଆଗାମୀ ବିଶ୍ୱକପ ଟିକେ ଭିନ୍ନ ରହିବ। ଏଥର ୧୬ ପରିବର୍ତ୍ତେ ୨୦ ଟି ଦଳ ଟୁର୍ଣ୍ଣାମେଣ୍ଟ ଖେଳିବେ। ସବୁଠୁ ବଡ଼ କଥା ହେଲା ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ବିଶ୍ବକପ ଆୟୋଜନ ହେଉଛି।
ଇଏସପିଏନ୍ କ୍ରିକ୍ ଇନ୍ଫୋରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ମୋଟ ୨୦ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯିବ। ଗୋଟିଏ ଗ୍ରୁପରେ ୫ଟି ଦଳ ରହିବ। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଟିମ ସୁପର-୮ ମ୍ୟାଚ ଖେଳିବେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ ଖେଳିବେ। ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ। ତେବେ ଆଇସିସି ରାଙ୍କି ଅନୁସାରେ ଶ୍ରେଷ୍ଠ ୧୦ ଟିମ ଚୟନ ସରିଛି।
୨୦୨୪ ରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ଟି-୨୦ ଟିମ ସହିତ ଖେଳାଯିବ । ଏଥିପାଇଁ ୱେଷ୍ଟଇଣ୍ଡିଜ୍ ବ୍ୟତୀତ ଆମେରିକା, ଆୟର୍ଲାଣ୍ଡ, ପାପୁଆନ୍ୟୁଗିନି ଏବଂ ସ୍କଟଲ୍ୟାଣ୍ଡ, ଭାରତ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡ ଯୋଗ୍ୟତା ଅର୍ଜନ କରିଛନ୍ତି। ଅବଶିଷ୍ଟ ଦଳଗୁଡିକ ଚାଲୁଥିବା ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ଚୟନ କରାଯିବ । ୟୁରୋପ, ଇଷ୍ଟ ଏସିଆ, ଆମେରିକା, ଏସିଆ, ଆଫିକ୍ରା ଭଳି କିଛି ଟିମକୁ ଟୁର୍ଣ୍ଣାମଂଟ ଖେଳିବା ପାଇଁ କ୍ୱାଲିଫାଏ କରିବାକୁ ପଡିବ ।