ଭୟ ବଢ଼ାଉଛି ବୈତରଣୀ, ଆନନ୍ଦପୁର ରାଜଘାଟରେ ବିପଦ ସଂକେତ ପାର୍
ଭଦ୍ରକ ଆଖୁଆ ପଦାରେ ବି ବିପଦସଂକେତ ଉପରେ ବୈତରଣୀ।

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ତିତି ସୃଷ୍ଟି ହୋଇଛି। ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି। ପ୍ରବଳ ବର୍ଷା କାରଣରୁ ଫୁଲୁଛି ବୈତରଣୀ। କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଟପିଥିବାବେଳେ ଜଳସ୍ତର ୩୯.୧୪ମି ଛୁଇଁଛି। ଭଦ୍ରକ ଆଖୁଆ ପଦାରେ ବୈତରଣୀରେ ବିପଦ ସଂକେତ ଟପିଲା। ଆଖୁଆପଦାରେ ବିପଦସଂକେତ ୧୭.୮୩ ହୋଇଥିବାବେଳେ ଜଳସ୍ତର ୧୯.୧୬ମି ଛୁଇଁଛି।
ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁଁ ଆଜି ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, ବାଲେଶ୍ୱର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାକୁ ନଜରରେ ରଖି ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।