ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ, ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି
ଓଏଲ୍ ବ୍ୟୁରୋ: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚେଷ୍ଟା ଜାରି କରିଛନ୍ତି। ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନ ବୃଦ୍ଧି କରିଛନ୍ତି। ଏଥିପାଇଁ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡିଛି।
ଏହି ଅନୁଦାନ ମାଧ୍ୟମରେ ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ। ସାଧାରଣ ଦୈନିକ ଖାଦ୍ୟ ୮୫ରୁ ୧୧୦କୁ ବୃଦ୍ଧି ହୋଇଥିବାବେଳେ ଶିଶୁଙ୍କ ଦୈନିକ ଖାଦ୍ୟ ୯୫ ଟଙ୍କା ଦର ହୋଇଛି। ପୁଷ୍ଟିସାର ଯୁକ୍ତ ଖାଦ୍ୟ ୧୨୦ ଓ ତରଳ ଖାଦ୍ୟ ହେଲା ୧୧୦। ରାଜ୍ୟର ୬୧୮ଟି ସରକାରୀ ମେଡିକାଲରେ ଏହି ବର୍ଦ୍ଧିତ ଦର ଲାଗୁ କରାଯିବ।