ଚିନ୍ତା ବଢ଼ାଉଛି ବର୍ଷା: ଆଉ ୫ଟି ଗେଟ୍ ଖୋଲିବ ହୀରାକୁଦ

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ଆଉ ୨ଟି ଗେଟ୍ ଖୋଲିଥିବା ଜଣା ପଡିଛି। ତେବେ ଆଜି ଅପରାହ୍ନରେ ହୀରାକୁଦର ଆଉ ୫ଟି ଗେଟ୍ ଖୋଲିବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
କାଲି ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ହୀରାକୁଦ ଗେଟ୍ ଖୋଲିବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସିତ ହୋଇଛି। ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି।