Odisha Link
Bridging the Missing Links in Odisha

କଟକ ମୁଣ୍ଡଳିରେ କମୁଛି ଜଳ ପ୍ରବାହ, ହେଲେ ଥମୁନି ବନ୍ୟା ଭୟ

ସକାଳ ୯ଟାରେ ୭ ଲକ୍ଷ ୨୫ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ସୂଚନା ରହିଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ହୀରାକୁଦର ଆଉ ୨ଟି ଗେଟ୍ ଖୋଲିଥିବା ଜଣା ପଡିଛି। ତେବେ ଆଜି ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲିବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ବର୍ଷା ପ୍ରଭାବରେ କଟକ ମୁଣ୍ଡଳିରେ ଜଳସ୍ତର ଗତକାଲି ବଢ଼ିଥିବାବେଳେ ଆଜି ଜଳ ପ୍ରବାହ କମୁଛି। ସକାଳ ୯ଟାରେ ୭ ଲକ୍ଷ ୨୫ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ସୂଚନା ରହିଛି।

ଖବର ଅନୁସାରେ, କାଲି ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ହୀରାକୁଦ ଗେଟ୍ ଖୋଲିବ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସିତ ହୋଇଛି। ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି।

Leave A Reply

Your email address will not be published.