Odisha Link
Bridging the Missing Links in Odisha

ଆଜି ଓଡ଼ିଆ ସାମ୍ବାଦିକତା ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଆ ସାମ୍ବାଦିକତା ଦିବସ। ସତ୍ୟ ଏବଂ ନିରପେକ୍ଷ ସମ୍ବାଦ ପରିବେଷଣ କରି ସୁସ୍ଥ ସମାଜ ଓ ସଶକ୍ତ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଆଜିର ଦିନରେ ଓଡ଼ିଶାର ପ୍ରଥମ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା। ଏହି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜ ତଥା ଲୋକଙ୍କୁ ଜାଗ୍ରତ କରିବାରେ ସତ୍ୟ ଓ ନିରପେକ୍ଷ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି। ଅସହାୟ ଲୋକଙ୍କ ସ୍ୱର ସାଜିବା ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ପ୍ରତିଟି ବ୍ୟକ୍ତିଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇଛନ୍ତି।

Leave A Reply

Your email address will not be published.