ଓଏଲଏକ୍ସରୁ ଜିନିଷ କିଣୁଥିଲେ ସାବଧାନ, ସାମ୍ନାକୁ ଆସିଲା ଆଉ ଏକ ଠକେଇ ଅଭିଯୋଗ

ଓଏଲ୍ ବ୍ୟୁରୋ: ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାର ଯେତିକି ସଦୁପଯୋଗ କରାଯାଉଛି ତାହା ତୁଳନାରେ ଅଧିକ ଅପବ୍ୟବହାର ହେଉଥିବା ଖବର ସାମ୍ନାକୁ ଆସୁଛି। କେତେବେଳେ ଲୁଟେରା ଅନଲାଇନରେ କୌଣସି ଲିଙ୍କ ମାଧ୍ୟମରେ ଲୁଟ କରୁଛନ୍ତି ତ କେତେବେଳେ ଫୋନ କଲ ଜରିଆରେ। ବର୍ତମାନ ଓଏଲଏକ୍ସରୁ ଜିନିଷ ବିକ୍ରି କରୁଥିବା ବିଜ୍ଞାପନ ଦେଇ ଠକେଇ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଠକେଇ ଅଭିଯୋଗରେ ସିଦ୍ଧାର୍ଥ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ସୁରକ୍ଷା ଯେତେ ବଢ଼ିବାରେ ଲାଗିଛି, ଲୁଟେରା ନୂତନ ଉପାୟରେ ପ୍ରତିଦିନ ଲୁଟ କରୁଥିବା ଜଣା ପଡୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଏହି ଲୁଟର ଶିକାର ହେଉଛନ୍ତି। ପୂର୍ବରୁ ଓଏଲଏକ୍ସରେ ଦାମୀ ମୋବାଇଲ୍ ବିକ୍ରି ନାଁରେ ଠକେଇ ଅଭିଯୋଗ ହୋଇଥିବା ଜଣା ପଡିଥିଲା। ଭୁବନେଶ୍ବର ସାଇବର ଥାନାରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଯାଜପୁରର ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ସମ୍ପୃକ୍ତ ଅଭିଯୁକ୍ତ ଜଣକ ଓଏଲଏକ୍ସରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା।