ଇସ୍ରୋକୁ ଆଉ ଏକ ସଫଳତା: ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩
ଆଜି ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ପ୍ରବେଶ କରାଇବା କାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇଛି।

ଓଏଲ୍ ବ୍ୟୁରୋ: ଜହ୍ନକୁ ଆଉ ପାଦେ ଆଗେଇଲା ଇସ୍ରୋ। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିଛି। ଏହା ସହ ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି। ଆଜି ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ପ୍ରବେଶ କରାଇବା କାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇଛି।
ସୂଚନା ଅନୁସାରେ, ଅଗଷ୍ଟ ୯ତାରିଖରେ ଏହା ୪ରୁ ୫ ହଜାର କିମି ବିଶିଷ୍ଟ କକ୍ଷପଥରେ ପ୍ରବେଶ କରିବ। ସେହିଭଳି ଅଗଷ୍ଟ ୧୪ରେ ଏହାକୁ ବଦଳା ଯାଇ ଏକ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ। ସେହିପରି ପଞ୍ଚମ ଥର ଏହାକୁ ୧୦୦ କିଲୋମିଟର ଅର୍ବିଟକୁ ଅଣାଯିବ। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରଯାନ ଚନ୍ଦ୍ରର ଦଧକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।। ଦୀର୍ଘ ୨୩ଦିନ ଯାତ୍ରା କରିବା ପରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ଇସ୍ରୋ କମାଣ୍ଡ ସେଣ୍ଟରକୁ ମେସେଜ୍ ଚନ୍ଦ୍ରଯାନ ପଠାଇଥିଲା।