Odisha Link
Bridging the Missing Links in Odisha

ଦିନିକିଆ ବିଶ୍ବକପ୍: ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ଘୋଷଣା କଲା ଦଳ

ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡ଼ିଲେ ଏହି ଷ୍ଟାର ଖେଳାଳି

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି ଦିନିକିଆ ବିଶ୍ବକପ୍‌ ୨୦୨୩। ଦିନିକିଆ ମହାକୁମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ୧୦ଟି ଦଳ। ବିଶ୍ବକପ୍‌କୁ ଆଖିି ଆଗରେ ରଖି ଅଷ୍ଟ୍ରେଲିଆ ଦଳ ଏବେଠୁ କଲାଣି ପ୍ରସ୍ତୁତି। ବିଶ୍ବକପ୍‌ ପାଇଁ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଘୋଷଣା କରିଛି ୧୮ ଜଣିଆ ଦଳ। ଯାହାର ନେତୃତ୍ବ ନେବେ ପ୍ୟାଟ୍‌ କମିନ୍ସ।

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଦ୍ରୁତ ବୋଲର ପ୍ୟାଟ କମିନ୍ସଙ୍କୁ ଦଳର ନେତୃତ୍ବ ଦେଇଥିବା ବେଳେ ଅଧିନାୟକ ପଦ ପାଇଁ କୌଣସି ଖେଳାଳିଙ୍କ ନାମ ଘୋଷଣା କରିନାହିଁ। ତେବେ ଦଳରେ ଆଲେକ୍ସ କ୍ୟାରୀ, ଏ. ହାରି୍‌ଦି, ଜର୍ଜ ଇଲିଂସ, ଟି.ସଂଘା, ମାର୍କସ ଷ୍ଟୋନିସ୍, ସେନ୍‌ ଆବଟ, ଏନ୍‌ ଇଲସ୍, ଜର୍ଜ ହେଜେଲହୁଡ, ମିଚେଲ ମାର୍ସ, ଷ୍ଟିଭ୍‌ ସ୍ମିଥ, ଡେଭିଡ ଓ୍ବାର୍ଣ୍ଣର, ଅଷ୍ଟନ ଆଗର, କ୍ୟାମେରୁନ୍‌ ଗ୍ରୀନ୍, ଟ୍ରାଭିସ୍‌ ହେଡ୍, ଗ୍ଲେନ୍‌ ମାକ୍ସଓ୍ବେଲ୍, ମିଚେଲ ଷ୍ଟାର୍କ, ଆଦାମ ଜମ୍ପା ରହିଛନ୍ତି।

ସୂଚନାଥାଉକି, ଅକ୍ଟୋବର ୫ ତାରିଖରୁ ଦିନିକିଆ ମହାକୁମ୍ଭ ଆରମ୍ଭ ହେବ। ଏଥର ବିଶ୍ବକପରେ ମୋଟ ୧୨ଟି ଭେନ୍ୟୁ ରହିଛି। ଏଥିରେ ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି। ଗୌହାଟୀ ଏବଂ ଥିରୁଅନନ୍ତପୁରମରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ ଖେଳିବ ଅଷ୍ଟ୍ରେଲିଆ।

Leave A Reply

Your email address will not be published.