ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ଜାଣନ୍ତୁ ରେଜଲ୍ଟ ଖୋଜିବାର ଉପାୟ

ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳାଫଳ। ଗତ ଜୁଲାଇ ୩ରୁ ଆରମ୍ଭ ହୋଇ ୮ ତାରିଖରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହୋଇଥିଲା। ମାଟ୍ରିକ୍ ସପ୍ଲିମେଣ୍ଟାରୀ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ମଧ୍ୟ ହୋଇଥିଲା। ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ ହଜାର ପରୀକ୍ଷାର୍ଥୀ ଥିବାବେଳେ ଏଭିତରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ସଂଖ୍ୟା ମାତ୍ର ୧୩୧୦। ଏମାନଙ୍କ ମଧ୍ୟରୁ ୪୩୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି।
ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ସହଜରେ ନିଜ ରେଜଲ୍ଟ ପାଇପାରିବେ..
ଓଡ଼ିଶା ବୋର୍ଡ ଦ୍ୱାରା ଆୟୋଜିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାର ଫଳାଫଳ ପାଇଁ ଛାତ୍ରଛାତ୍ରୀ ପ୍ରଥମେ www.bseodisha.ac.in ୱେବସାଇଟକୁ ଯାଇ ନିଜର କ୍ରମିକ ନମ୍ବର ମାରିବା ଦ୍ୱାରା ନିଜର ଫଳାଫଳ ଜାଣିପାରିବେ। ନଚେତ OR10 ସହ ନିଜର ROLL NUMBER ଯୋଡି ୫୬୭୬୭୫୦କୁ ମେସେଜ ବକ୍ସରୁ ପଠାଇବା ପରେ ନିଜର ମାଟ୍ରିକ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।
ଖବର ଅନୁସାରେ, ମାଟ୍ରିକ୍ ସପ୍ଲିମେଣ୍ଟାରୀ ଏବଂ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୩୦ ଜିଲ୍ଲାରେ ୮୦ଟି ସେଣ୍ଟର କରାଯାଇଥିଲା। ପରୀକ୍ଷା ପରିଚାଳନାରେ ଅନିୟମିତତା ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ୧୫ଟି ସ୍କ୍ବାଡ୍ ଗଠନ ହୋଇଥିଲା। ସେହିପରି ଜିଲ୍ଲା ସ୍ତରରେ ଡିଇଓ ମାନେ ପୃଥକ ସ୍କ୍ବାଡ୍ ଗଠନ କରିଥିଲେ। ତେବେ ମାଟ୍ରିକ ପରୀକ୍ଷାରେ ଗୋଟେ ପେପରରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିଲେ।