Odisha Link
Bridging the Missing Links in Odisha

‘ବେଶୀ ବର୍ଷା ହେଲେ ବନ୍ୟା ସମ୍ଭାବନା ରହେ, ସରକାର ସଚେତନ ଅଛନ୍ତି’

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା କରାଯାଉଥିବାରୁ ଏନେଇ ମୁଖ୍ୟ ଶାସନ ସଚିବ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସବୁ ବର୍ଷା ଯେ ବନ୍ୟା କରିବ, ତାହା କୁହାଯାଇପାରିବ ନାହିଁ। ନଦୀକୁ ବି ବଞ୍ଚିବାକୁ ପଡ଼ିବ। ବେଶୀ ବର୍ଷା ହେଲେ ବନ୍ୟା ସମ୍ଭାବନା ରହେ କିନ୍ତୁ ସେ ଦିଗରେ ସରକାର ସଚେତନ ଅଛନ୍ତି। ଓଏସଡିଏମଏ ଏନେଇ ସବୁବେଳେ ସତର୍କ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ବ୍ୟବସ୍ଥା କରାଯିବା କଥା କରାଯାଇଛି। ଏ ଦିଗରେ ଆମେ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।

Leave A Reply

Your email address will not be published.